Principal's Message

ବୈଷୟିକ ଶିକ୍ଷା ଆମ୍ଭ ଭାରତ ବର୍ଷରେ ସାଧାରଣତଃ ତ୍ରିସ୍ତରୀୟ ଭାବରେ ପ୍ରଚଳନ କରାଯାଇଅଛି | ପ୍ରଥମ ସ୍ତରରେ ଆଇ.ଟି.ଆଇ., ମଝି ସ୍ତରରେ ଡିପ୍ଲୋମା ଓ ଶେଷ ସ୍ତରରେ B.Tech. ପାଠ୍ୟକ୍ରମରେ ନାମ ଲେଖାଇ ଛାତ୍ର ଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରି ପାରନ୍ତି | ଏଥି ମଧ୍ୟରୁ ଡିପ୍ଲୋମା ପାଠ୍ୟକ୍ରମ ସବୁଠୁ ଗୁରୁତ୍ୱପୂର୍ଣ ଅଟେ | ଏଠାରେ ପିଲାମାନେ theory ଓ ପ୍ରାକଟିକାଲ ଜ୍ଞାନ ସମାନ ଭାବରେ ପାଇଥାନ୍ତି, ଯଦ୍ୱାରା ସେମାନେ ବିଭିନ୍ନ କଳକାରଖାନାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି | ସେମାନେ ଆଇ. ଟି. ଆଇ. ଓ B-tech ପଦାଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ସହିତ ସାଧାରଣ ଭାବରେ supervisor ରୂପେ କାର୍ଯ୍ୟ ନିର୍ବାହ କରିଥାନ୍ତି | ଏଥିପାଇଁ ଡିପ୍ଲୋମା ପାଠ୍ୟକ୍ରମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି | ସରକାରୀ polytechnic ସମ୍ବଲପୁର, ରେଙ୍ଗାଲି ପଶ୍ଚିମ ଓଡ଼ିଶାରେ ଏକ ଅଗ୍ରଣୀ ଡିପ୍ଲୋମା ଅନୁଷ୍ଠାନ ଭାବରେ ୨୦୧୩ ମସିହାରୁ ଖୋଲାଯାଇଅଛି | ଏଠାରୁ pass କରୁଥିବା ଛାତ୍ରଛାତ୍ରୀମାନେ ଏଲ ଆଣ୍ଡ ଟି, କମିନଶ ଇଣ୍ଡିଆ, ଟ୍ରାକଟର ଇଣ୍ଡିଆ ଆଦି ଖ୍ୟାତନାମା କଂପାନୀରେ ଯୋଗ ଦେଇ ଆମ୍ଭ ଅନୁଷ୍ଠାନର ଗୌରବ ବିକଶିତ କରି ପାରିଛନ୍ତି | ଆମ୍ଭର ଶ୍ରେଷ୍ଠ ଲାବୋରେଟୋରୀ, କୋଠା ଏବଂ ପାରଦର୍ଶୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଓଡ଼ିଶାର ପ୍ରତି କୋଣ ଅନୁକୋଣରୁ ଛାତ୍ରଛାତ୍ରୀମାନେ ଏଠାରେ ଶିକ୍ଷାପାଇବା ପାଇଁ ଦୌଡ଼ି ଆସନ୍ତି | ଆମ୍ଭର ଏକମାତ୍ର ଲକ୍ଷ୍ୟ ଛାତ୍ରଛାତ୍ରୀମାନଙ୍କୁ ଆନ୍ତର୍ଜାତୀୟ ମାନର ଶିକ୍ଷାଦାନ ପୂର୍ବକ ସେମାନଙ୍କର ସମୂହ ବିକାଶ | ଯଦ୍ୱାରା ସେମାନେ ରାଜ୍ୟ ଓ ଦେଶ ପାଇଁ କ୍ଷତି ଅର୍ଜନ କରିବା ସଂଗେ ସଂଗେ ସମାଜର ପ୍ରତ୍ୟେକ ବର୍ଗର ଲୋକମାନଙ୍କ ପାଇଁ ଗର୍ବ ହୋଇ ରୁହନ୍ତୁ ଏହା ମୋର ଏକାନ୍ତ କାମ୍ୟ | ମୁଁ ଏହି ୱେବ୍ସାଇଟର ସଫଳତା କାମନା କରୁଛି |
|| ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ ||
ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ରାୟ
PRINCIPAL
Qual.: M.Tech(CIVIL), FIE